ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ଶେଷ ସୁପର ମୁନ ଦେଖିବାକୁ ମିଳିବ । ଏଥିସହ ଯଦି ଆଜି ଆକାଶ ମେଘାଚ୍ଛନ୍ନ ନ ରୁହେ ତେବେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଆକାଶରେ ଝଲସିବ ଷ୍ଟ୍ରବେରୀ ମୁନ । ଚନ୍ଦ୍ରର ଅନେକ ମନଲୋଭା ରୂପ ରହିଛି । ରେଡ୍ ମୁନ, ବ୍ଲୁ ମୁନ ଭଳି ଆଜି ଦେଖିବାକୁ ମିଳିବ ଚନ୍ଦ୍ରର ଷ୍ଟ୍ରବେରୀ ମୁନ ରୂପ । ଆକାଶରେ ଗୋଲାପୀ ରଙ୍ଗରେ ଦେଖାଯିବ ଜହ୍ନ ।
ଏହି ଜହ୍ନ ବସନ୍ତ ଋତୁର ଶେଷ ତଥା ଗ୍ରୀଷ୍ମ ଋତୁର ପ୍ରଥମ ପୂର୍ଣ୍ଣମୀରେ ଦେଖାଯାଏ । ଭାରତରେ ଏହି ଜୁନ୍ 24 ମଧ୍ୟ ରାତ୍ର ଅର୍ଥାତ୍ 25,06,2021ର 12.09 am ରେ ଦେଖାଯିବ । ତିନି ଦିନ ଧରି ଭାରତୀୟ ଆକାଶରେ ଏହି ଜହ୍ନ ଦେଖାଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଜୁନ 24 ହେଉଛି ସମର ସୋଲିଷ୍ଟିକ ଅର୍ଥାତ ଗ୍ରୀଷ୍ମ ସଂକ୍ରାନ୍ତି ପରେ ପ୍ରଥମ ପୂର୍ଣ୍ଣମୀ । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତର ହେବ ଏବଂ ବଡ଼ ଦେଖାଯିବ । ପୂର୍ଣ୍ଣିମା ଦିନ ଉଦୀୟମାନ ହେଉଥିବା ଏହି ଜହ୍ନକୁ କେତେକ ସ୍ଥାନରେ ହଟ ମୁନ ବା ହନୀମୁନ ମଧ୍ୟ କୁହାଯାଏ ।
ବାସ୍ତବରେ ଚନ୍ଦ୍ର ଏହାର କକ୍ଷପଥରେ ପୃଥିବୀର ନିକଟତର ହୁଏ ଏବଂ ଦୂରତା ହ୍ରାସ ହେତୁ ଚନ୍ଦ୍ରର ଆକାର ସାଧାରଣ ଠାରୁ ବଡ ଦେଖାଯାଏ । ଏହି କାରଣରୁ ଏହାକୁ ଷ୍ଟ୍ରବେରୀ ମୁନ ନାଁରେ ନାମିତ କରାଯାଇଛି ।
ଷ୍ଟ୍ରବେରୀ ମୁନ ଏହାର ନାଁ ଆମେରିକୀୟ ଜନଜାତିଙ୍କଠାରୁ ପାଇଛି, ଯେଉଁମାନେ ଷ୍ଟ୍ରବେରୀ ଚାଷରେ ବିଶେଷ ଭାବରେ ପୂର୍ଣ୍ଣିମା ଦିନ ଅମଳ ଆରମ୍ଭ କରିଥାନ୍ତି | ଷ୍ଟ୍ରବେରୀ ମୁନ ହେଉଛି ଏକ ସ୍ଥାନୀୟ ଆମେରିକୀୟ ନାଁ । ୟୁରୋପରେ ଷ୍ଟ୍ରବେରୀ ମୁନକୁ ରୋଜ ମୁନ କୁହାଯାଏ, ଯାହା ଗୋଲାପ ଅମଳର ପ୍ରତୀକ ଅଟେ । ଉତ୍ତର ଗୋଲାର୍ଦ୍ଧରେ ଏହାକୁ ହଟମୁନ ନାମରେ ମଧ୍ୟ ନାମିତ କରାଯାଇଛି ।