ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀକୁ ହରାଇବାକୁ ହେଲେ ସବୁଠୁ ବଡ ଅସ୍ତ୍ର ହେଉଛି ଭ୍ୟାକସିନ । ତେବେ ଦେଶରେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯିବା ପରେ ବର୍ତ୍ତମାନ 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକାକରଣ ଜାରି ରହିଛି । ଏପଟେ କୋରୋନା ସଂକ୍ରମଣର ତୃତୀୟ ଲହରୀକୁ ନେଇ ବଢୁଛି ଆଶଙ୍କା । ତୃତୀୟ ଲହରୀ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଦାବି କରୁଛନ୍ତି ବିଶେଷଜ୍ଞ । ତେବେ ଶିଶୁଙ୍କୁ କୋରୋନା ଭ୍ୟାକ୍ସିନ ଲଗାଇବା ଉପରେ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଡାକ୍ତର ଗୁଲେରିଆ କହିଛନ୍ତି, ପିଲାମାନଙ୍କ ପାଇଁ ଫାଇଜର ଟିକା FDA ଅନୁମୋଦନ ଲାଭ କରିଛି ଏବଂ ଏହି ଟିକାକୁ ଭାରତରେ ମଧ୍ୟ ମଞ୍ଜୁରୀ ମିଳିଛି । ଏହାର ଟ୍ରାଏଲ ଶୀଘ୍ର ଶେଷ ହେବ ବୋଲି ଆଶା ରହିଛି । ସେପ୍ଟେମ୍ବର ସୁଦ୍ଧା ଡାଟା ପ୍ରସ୍ତୁତ ହୋଇଯିବ । ଆଉ ଏହି ମାସ ସୁଦ୍ଧା ଟିକାକୁ ଅନୁମୋଦନ ଦିଆଯିବ ବୋଲି କହିଛନ୍ତି ଗୁଲେରିଆ ।