ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା । ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପୂର୍ବରୁ ଥିବା ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବ । ଏନେଇ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ଏକାଡେମିକ କ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି ।
ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ଏଆଇସିଟିଇ ଅନୁମୋଦନ ପ୍ରଦାନ କରିବ । ସେହିପରି ବିଶ୍ୱବିଦ୍ୟାଳୟ କିମ୍ବା ବୋର୍ଡଗୁଡିକ ଜୁଲାଇ ୧୫ ତାରିଖ ସୁଦ୍ଧା ସ୍ୱୀକୃତି ପ୍ରଦାନ କରିପାରିବେ । ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବ । ୧୦ ତାରିଖ ସୁଦ୍ଧା ସମସ୍ତ ଫି’ ଫେରସ୍ତ ନେଇ ନାମଲେଖା ପ୍ରତ୍ୟାହାର କରିହେବ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବଳକା ସିଟ୍ରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ସରିବା ସହିତ କ୍ଲାସ୍ ଆରମ୍ଭ ହେବ । ୨୦ ତାରିଖ ସୁଦ୍ଧା ଲାଟେରାଲ୍ ଏଣ୍ଟ୍ରି ଛାତ୍ରଛାତ୍ରୀଙ୍କର ଦ୍ୱିତୀୟବର୍ଷରେ ନାମଲେଖା ସରିବା ନେଇ ଗାଇଡଲାଇନ୍ରେ ଉଲ୍ଲେଖ କରାଯାଇଛି ।