ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି । ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଦୈନିକ ସଂକ୍ରମଣ ୫୦ ହଜାରରୁ ଉର୍ଦ୍ଧ୍ବ ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୦୬୯ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୧୩୨୧ ଜଣଙ୍କର ମହାମାରୀ କାରଣରୁ ମୃତ୍ୟୁ ହୋଇଛି । ଆଜିର ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୦୦,୮୨,୭୭୮ ଓ ମୃତ୍ୟୁସଂଖ୍ୟା ୩,୯୧,୯୮୧ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୬୮,୮୮୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୯୦,୬୩,୭୪୦ରେ ପହଞ୍ଚିଛି ।
ତେବେ ବର୍ତ୍ତମାନ ଶୁଦ୍ଧା ଦେଶରେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୧,୯୮୧ ରହିଛି । ଗତକାଲି ୧୮,୫୯,୪୬୯ ଜଣଙ୍କର ନମୁନା ଟେଷ୍ଟ କରାଯାଇଛି । ଏହାକୁ ମିଶାଇ ଜୁନ୍ ୨୩ ତାରିଖ ସୁଦ୍ଧା ସମୁଦାୟ ୩୯,୭୮,୩୨,୬୬୭ ନମୁନା ପରୀକ୍ଷା ସରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩୦,୧୬,୨୬,୦୮୨ଜଣ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି ।