ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉଚ୍ଚ ଶିକ୍ଷା ପରିଷଦ (CHSE) ପକ୍ଷରୁ ଏସଓପି ଜାରି କରାଯାଇଛି । ଏହି ଏସଓପି ଅନୁଯାୟୀ ଆସନ୍ତା 25 ତାରିଖରୁ ଅନଲାଇନରେ ପ୍ରାକ୍ଟିକାଲ ପରୀକ୍ଷା ନିମନ୍ତେ ଆର୍ଡମିଟ୍ କାର୍ଡ ଉପଲବ୍ଧ ହେବ ।
ଛାତ୍ରଛାତ୍ରୀମାନେ Https://samsodisha.gov.in/Juniorweb.aspx ଲିଙ୍କରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।
ତେବେ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଏହି ପରୀକ୍ଷା ପାଇଁ ଗାଇଡଲାଇନ୍ ଜାରି କରିଛି ଶିକ୍ଷା ବିଭାଗ । ପରୀକ୍ଷାର୍ଥୀ ଓ କର୍ମଚାରୀମାନଙ୍କୁ ମାକ୍ସ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପରୀକ୍ଷା ସମୟ ଦୁଇ ଘଣ୍ଟା ରଖାଯାଇଥିବା ବେଳେ ଥରକେ ସର୍ବାଧିକ 40 ପରୀକ୍ଷାର୍ଥୀଙ୍କୁ ଅନୁମତି ଦିଆଯାଇଛି । ପ୍ରବେଶ ଦ୍ବାରରେ ହ୍ୟାଣ୍ଡ ଓ୍ବାସ୍ ଓ ସାନିଟାଇଜର ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପସ୍ ମଧ୍ୟରେ ପରସ୍ପରଠାରୁ 6 ଫୁଟ୍ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।