ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଗତ କାଲିଠୁ ଆଜି ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୭୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୮୩ ଜଣ ସ୍ଥାନୀୟ ସଂକ୍ରମିତ। ତେବେ ୧୦ ଜିଲ୍ଲାରେ ୧୦୦ ଉପରେ ସଂକ୍ରମଣ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁୁଗୁଳରୁ ୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୭୪ ଜଣ, ବରଗଡ଼ରୁ ୬୯ ଜଣ, ଭଦ୍ରକରୁ ୧୯୪ ଜଣ, ବଲାଙ୍ଗୀରରୁ ୨୮ ଜଣ, ବୌଦ୍ଧରୁ ୨୫ ଜଣ, କଟକରୁ ୪୮୦ ଜଣ, ଦେଓଗଡ଼ରୁ ୧୧ ଜଣ, ଢେଙ୍କାନାଳରୁ ୭ ଜଣ, ଗଜପତିରୁ ୧୭ ଜଣ, ଗଞ୍ଜାମରୁ ୧୯ ଜଣ, ଜଗତ୍ସିଂହପୁରରୁ ୮୧ ଜଣ, ଯାଜପୁରରୁ ୨୬୭ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କଳାହାଣ୍ଡିରୁ ୨୧ ଜଣ, କନ୍ଧମାଳରୁ ୩୧ ଜଣ, କେନ୍ଦ୍ରାପଡ଼ାରୁ ୧୪୭ ଜଣ, କେନ୍ଦୁଝରରୁ ୭୩ ଜଣ, ଖୋର୍ଦ୍ଧାରୁ ୪୯୯ ଜଣ, କୋରାପୁଟରୁ ୮୧ ଜଣ, ମାଲକାନଗିରିରୁ ୮୨ ଜଣ, ମୟୂରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁରରୁ ୪୨ ଜଣ, ନୟାଗଡ଼ରୁ ୧୨୬ ଜଣ, ନୂଆପଡ଼ାରୁ ୧୬ ଜଣ, ପୁରୀରୁ ୨୮୯ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୩୯ ଜଣ, ସୋନପୁରରୁ ୪୩ ଜଣ, ସୁନ୍ଦରଗଡ଼ରୁ ୯୦ ଜଣ ଓ ଷ୍ଟେଟ୍ପୁଲ୍ରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।