ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି । ତେବେ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ନବରଙ୍ଗପୁର, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକର ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।
ଟ୍ବିନ ସିଟି କଟକ ଭୁବନେଶ୍ବରେ ମଧ୍ୟ ମୌସୁମୀ ପ୍ରଭାବରେ ବର୍ଷା ଲାଗିରହିଛି । ଏହା ପ୍ରଭାବରେ ଟ୍ରାଫିକ ଜନିତ ସମସ୍ୟା ଜାତ ହେବ ସହ ରାସ୍ତା ଖସରା ରହିବାର ସମ୍ଭାବନା ରହିଛି । ବର୍ଷା ସମୟରେ ଯାତାୟାତ ରୁ ନିବୃତ ରୁହନ୍ତୁ ଏବଂ ବର୍ଷା ପରବର୍ତୀ ସମୟରେ ସତର୍କତାର ସହିତ ଧୀରେ-ଧୀରେ ମଟର ଯାନ ଚଳାଚଳ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଦ୍ୱୈତ-ସହର #କଟକ ଏବଂ #ଭୁବନେଶ୍ୱର ରେ ଲାଗିରହିଛି #ମୌସୁମୀ ଜନିତ ବର୍ଷା |
ଏହା ପ୍ରଭାବରେ ଟ୍ରାଫିକ ଜନିତ ସମସ୍ୟା ଜାତ ହେବ ସହ ରାସ୍ତା ଖସରା ରହିବାର ସମ୍ଭାବନା ରହିଛି | ବର୍ଷା ସମୟରେ ଯାତାୟାତ ରୁ ନିବୃତ ରୁହନ୍ତୁ ଏବଂ ବର୍ଷା ପରବର୍ତୀ ସମୟରେ ସତର୍କତାର ସହିତ ଧୀରେ-ଧୀରେ ମଟର ଯାନ ଚଲାନ୍ତୁ pic.twitter.com/9fEjht2wLD
— Meteorological Centre, Bhubaneswar (@mcbbsr) June 22, 2021
ତେବେ ଆଗାମୀ 7 ଦିନ ଯାଏଁ କଟକ ଓ ଭୁବନେଶ୍ବରରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଜୁନ 25 ଓ 26 ତାରିଖରେ ସାଧାରଣ ବର୍ଷା ହେବାକୁ ଥିବା ବେଳେ ଜୁନ 28 ତାରିଖ ଯାଏ ଅନ୍ୟ ଦିନଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
 
7 Day’s #weather #forecast for #Capital City starting from today (22nd June 2021) pic.twitter.com/dof5zgxwtu
— Meteorological Centre, Bhubaneswar (@mcbbsr) June 22, 2021
;