ସନଷ୍ଟାର ଟିଭି ବ୍ୟୁରୋ
ସାଉଥହାମ୍ପଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍(WTC) ଫାଇନାଲ୍ ମ୍ୟାଚର ଆଜି ହେଉଛି ପଞ୍ଚମ ଦିନ । ତେବେ ଲଗାଣ ବର୍ଷା ଯୋଗୁଁ ଏହି ମହାମୁକାବିଲା ଫିକା ପଡିଯାଇଛି । ପ୍ରତିକୂଳ ପାଗ ଏହି ମ୍ୟାଚରେ ବାଧକ ସାଜିଛି । ଯାହାକୁ ନେଇ ଖେଳାଳୀ ତଥା କ୍ରିକେଟ୍ ପ୍ରେମୀଙ୍କ ଗହଣରେ ନୈରାଶ ଖେଳିଯାଇଛି । ଭାରତ ତାର ପ୍ରଥମ ଇଂନିସ ଖେଳ ଶେଷ କରିଥିବା ବେଳେ ନ୍ୟୁଜିଲାଣ୍ଡ ଇଂନିସ ଜାରି ରହିଥିଲେ ମଧ୍ୟ ବର୍ଷା ପାଇଁ ଏହି ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପରେ ଖେଳ ଆରମ୍ଭ ହୋଇଛି ।
ତେବେ ଭାରତ ଟେଷ୍ଟ ଚାମ୍ପିୟନସିପ ଫାଇନାଲ 2021ରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ଟିମ ଇଣ୍ଡିଆ ପ୍ରଥମ ଇଂନିସରେ ମାତ୍ର ୨୧୭ ରନ୍ ସଂଗ୍ରହ କରି ନିଜର ସମସ୍ତ ଓ୍ବିକେଟ ହରାଇଥିଲା । ଏହାପରେ ନ୍ୟୁଜିଲାଣ୍ଡ ନିଜର ପ୍ରଦର୍ଶନ ଜାରି ରଖିଛି । ଚତୁର୍ଥ ଦିନର ମ୍ୟାଚ୍ ଶେଷ ଶୁଦ୍ଧା ନ୍ୟୁଜିଲାଣ୍ଡ 2 ଓ୍ବିକେଟ୍ ହରାଇ 101 ରନ୍ ସଂଗ୍ରହ କରିଥିଲା । 51 ଓଭର ଶେଷ ବେଳକୁ ନ୍ୟୁଜିଲାଣ୍ଡ 2 ଓ୍ବିକେଟ୍ ହରାଇ 102 ରନ୍ ସଂଗ୍ରହ କରିଛି ।