ସନଷ୍ଟାର ଟିଭି ବ୍ୟୁରୋ
ଆର.ଉଦୟଗିରି:ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅଧିନସ୍ଥ ସାରଳାପଦର ଗ୍ରାମ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ଗାଈ ଗୋରୁକୁ ଉଧାର କରିବା ସମେତ ତିନି ଜଣକୁ ଗିରଫ କରିଛ ଆର.ଉଦୟଗିରି ପୋଲିସ। ସୂଚନା ମୁତାବକ ଆଜି ଆର.ଉଦୟଗିରି ପୋଲିସ ସାରଳାପଦର ଓ ଆଖପାଖ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବୋଲର ପିକ୍ଅପ୍ (ଓଆର ୨୦ ୫୬୩୬ ) କୁ ଯାଞ୍ଚ କରିଥିଲେ। ଉକ୍ତ ଗାଡ଼ି ରୁ ୮ଟି ଗୋରୁ ଓ ମୋବାଇଲ ଫୋନ ଜବତ କରିବା ସମେତ ତିନି ଜଣକୁ ଗିରଫ କରିଛି ଆର.ଉଦୟଗିରି ପୋଲିସ ! ଗିରଫ ହେଇଥିବା ଅଭିଯୁକ୍ତ ମାନେ ହେଲେ ସଇଲଙ୍ଗ ଗ୍ରାମର ହୋସେୟ ନାୟକ ଓ ବଡ଼ପଦା ଗ୍ରାମର ସନୁ ଛିଞ୍ଚାଣି ଓ ହେମନ୍ତ ଛିଞ୍ଚାଣି ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ଆର.ଉଦୟଗିରି ଥାନାରେ ୭୭/୨୧ରେ ଏକ ମାମଲା ରଜୁ କରିଛି ପୋଲିସ। ଜବତ କରିଥିବା ଗୋରୁ ଗାଈ ଗୁଡିକୁ ଆର.ଉଦୟଗିରି ସ୍ଥାନୀୟ ବାସିନ୍ଦା ଇନ୍ଦ୍ର ଗୌଡ଼ଙ୍କୁ ଗୋରୁ ଗାଈର ଯତ୍ନ ନେବାକୁ ଯିମା ଦିଆଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ:ଦେବାଶିଷ କାର୍ଜି,ଆର.ଉଦୟଗିରି