ସନଷ୍ଟାର ଟିଭି ବ୍ୟୁରୋ
ହାଇଦ୍ରାବାଦ: କରୋନା ମହାମାରୀ ବିରୁଦ୍ଧରେ ମହାଲଢେଇରେ ସାମିଲ ହୋଇଛନ୍ତି ଭାରତର ଟିକା ନିର୍ମାତାକାରୀ କମ୍ପାନୀ । ଭାରତ ବାୟୋଟେକ କମ୍ପୀନୀ ଦ୍ବାରା ନିର୍ମିତ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟା ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଏହି ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟା ଅନୁଯାୟୀ କୋଭାକ୍ସିନ 77.8 ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ତୃତୀୟ ପର୍ଯ୍ୟାୟ ଡାଟା ମିଳିବା ପରେ ଆଜି ସବଜେକ୍ଟିଭ ଏକ୍ସପର୍ଟ କମିଟି(SEC) ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୋଭାକ୍ସିନ ପକ୍ଷରୁ ଏହି ତଥ୍ୟ ହସ୍ତାନ୍ତର କରାଯାଇଛି । ଏସଇସି ଭାରତ ବାୟୋଟେକ ପକ୍ଷରୁ ଦିଆଯାଇଥିବା ଡାଟାର ତଦାରଖ କରିଛି । ହେଲେ ବର୍ତ୍ତମାନ ଏହା ଉପରେ କୌଣସି ସ୍ବୀକୃତି କିମ୍ବା ଅସ୍ବୀକୃତି ଦିଆଯାଇନାହିଁ । ଏହା ପରବର୍ତ୍ତୀ ପ୍ରକ୍ରିୟାରେ ଏସଇସି ନିଜ ଡାଟା ଡିସିଜିଆଇକୁ ହସ୍ତାନ୍ତର କରିବ ।