ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୁବନେଶ୍ୱର ରେଳ ଷ୍ଟେସନରେ ଉଦଘାଟିତ ହେଲା ATMA (Automatic Ticket checking and Managing Access machine) ମେସିନ । ଏଣିକି ବିଭିନ୍ନ ରେଳ ଷ୍ଟେସନରେ ଏହି ମେସିନ ଟିକେଟ୍ ଯାଞ୍ଚ କରିବ । କରୋନା ସଂକ୍ରମଣକୁ ଏଡାଇବା ପାଇଁ ଏହି ମେସିନର ବ୍ୟବହାର ଆରମ୍ଭ ହୋଇଛି । ରେଳ ଷ୍ଟେସନରେ ଗହଳିକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ରକ୍ଷା ଦିଗରେ ମଧ୍ୟ ଏହା ସହାୟକ ହେବ । ଏହା ପୂର୍ବରୁ ସମ୍ବଲପୁର ରେଳ ଷ୍ଟେସନରେ ମଧ୍ୟ ରେଳ ବିଭାଗ ପକ୍ଷରୁ ଏହି ମେସିନ ସ୍ଥାପନ କରାଯାଇଥିଲା ।
ପୁଣେ ଆଧାରିତ ଷ୍ଟାର୍ଟ ଅଫ ଫାର୍ମ ରେଳ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ମଧ୍ୟରେ ଦୂରତା ରକ୍ଷା ଏବଂ ସୁଗମ ପ୍ରବେଶ ପାଇଁ ଏହି ଯନ୍ତ୍ର ଲଗାଯାଇଛି । ଏହା ମେସିନ ଦ୍ୱାରା ଶରୀରର ତାପମାତ୍ରା ଫେସ ସ୍କାନ ଟିକେଟ ଏବଂ ଯାତ୍ରୀଙ୍କ ପରିଚୟ କାର୍ଡ ଯାଞ୍ଚ କରିବା ସହଜ ହେବ ।
ପାରାଦ୍ବୀପ ଫସଫେକ୍ଟ ଲିମିଟେଡ଼( ପିପିଏଲ) କମ୍ପାନୀ ଏହିପରି ଦୁଇଟି ମେସିନ ଯୋଗାଇଛି । ଯାହା ଭୁବନେଶ୍ୱର ସହ ପୁରୀ ରେଳ ଷ୍ଟେସନ ମଧ୍ୟରେ ସ୍ଥାପିତ କରାଯାଇଛି । ଉଭୟ ସିଷ୍ଟମର ମୂଲ୍ୟ 5 ଲକ୍ଷ ଟଙ୍କା ରହିଛି । ପରବର୍ତ୍ତୀ ସମୟରେ ସମ୍ବଲପୁର ଏବଂ ଟିଟିଲାଗଡ ରେଳ ଷ୍ଟେସନରେ ଖୁବଶୀଘ୍ର ସଂସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।