ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶା ପୋଲିସରେ ଭର୍ତ୍ତି ହେବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ୪୭୭ ସବ୍- ଇନ୍ସପେକ୍ଟର ପୋଷ୍ଚ ପାଇଁ ବିଜ୍ଞପ୍ତି ଜାରି କରିଛି ଓଡିଶା ପୋଲିସ ।ତେବେ ଏହି ପଦବୀ ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧୫ ଯାଏଁ ଏହି ପ୍ରକ୍ରିୟା ଚାଲିବ । https://odipolsi21.onlineapplicationform.org/ODIPOL/ ଏହି ଲିଙ୍କ ଜରିଆରେ ଅନଲାଇନ ଆବେଦନ କରିପାରିବେ ।
ତେବେ ଏହି ପୋଷ୍ଟ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ http://www.odishapolice.gov.in/21-6-21%20SI%20adv%20final.pdf ଡାଉନଲୋଡ୍ କରି ଜାଣିପାରିବେ ।
ପରୀକ୍ଷା ପ୍ରଣାଳୀ:
- ତେବେ ଓଡିଶା ପୋଲିସ୍ ଚୟନ ପାଇଁ ପ୍ରଥମ ଥର ପାଇଁ କମ୍ପ୍ୟୁଟରରେ ଲିଖିତ ପରୀକ୍ଷା ହେବାକୁ ଯାଉଛି ।
- ଦୁଇଟି ପେପର ବିଶିଷ୍ଟ ଗୋଟିଏ ପରୀକ୍ଷା ହେବ । ୨୫୦ ମାର୍କର ଏମସିକ୍ୟୁ ପ୍ରଶ୍ନ ରହିବ ।
- ଅଗଷ୍ଟ ୬ରୁ ୧୬ ମଧ୍ୟରେ କମ୍ପ୍ୟୁଟର ବେସଡ୍ ଲିଖିତ ପରୀକ୍ଷା ହେବ ।
- ଭାଇବା ରହିବ ନାହିଁ ।
ତେବେ ପ୍ରଥମ ଥର ପାଇଁ କିନ୍ନରଙ୍କୁ ସୁଯୋଗ ମିଳିଛି। କିନ୍ନରମାନେ ପୋଲିସ ସବ୍-ଇନସପେକ୍ଟର ପଦବୀ ପାଇଁ ଆବେଦନ କରିପାରିବେ ।