ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଗତକାଲି ୩ ଲକ୍ଷ ୩୨ ହଜାର ୭୧୩ ଟିକାକରଣ ହୋଇଛି । । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ଟିକାକରଣ ହୋଇସାରିଛି । ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।
ତେବେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ଘରୋଇ ଡାକ୍ତରଖାନାରେ ଟିକା ପାଇଁ ନିଆଯାଉଥିବା ୧୦୦ ଟଙ୍କା ସର୍ଭିସ ଚାର୍ଜ ବନ୍ଦ କରାଯିବା ସହ ଘରୋଇ ଡାକ୍ତରଖାନା ଗୁଡିକ କମ୍ପାନୀଠାରୁ ନିଜେ କିଣୁଥିବା ଟିକା ଧାର୍ଯ୍ୟ ଦରରେ ଦେଇପାରିବେ । ବର୍ତ୍ତମାନ ଯେତିକି ଟିକା ମହଜୁଦ ଅଛି ତାହା ୩-୪ ଦିନ ଯାଏଁ ଟିକାକରଣ ହୋଇପାରିବ । ବର୍ତ୍ତମାନ କୋଭିସିଲ୍ଡର ୭ ଲକ୍ଷ ଟିକା, କୋଭାକ୍ସିନର ୪ ଲକ୍ଷ ଟିକା ମହଜୁଦ ଅଛି। ଆଜି ୧ ଲକ୍ଷ ୭୪ ହଜାର ୪୬୦ କୋଭିସିଲ୍ଡ ଟିକା ଆସି ପହଞ୍ଚିବ ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।