ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଷ୍ଟାର୍ ପ୍ଲସରେ ପ୍ରସାରିତ ‘ସାକା ଲାକା ବୁମ୍ ବୁମ୍’ ନବେ ଦଶକର ପିଲାମାନଙ୍କର ସବୁଠୁ ପ୍ରିୟ ସିରିଏଲ୍ ମଧ୍ୟରେ ଗୋଟିଏ ଥିଲା । ଏବେ ମଧ୍ୟ ସେହି ସିରିୟଲ ଅଲିଭା ଛାପ ହୋଇ ସେବେଳର ପିଲାଙ୍କ ମନରେ ରହିଛି । ଏହି ଧାରାବାହିକରେ ନଜର ଆସିଥିବା ସମସ୍ତ ଶିଶୁ କଳାକାର ମଧ୍ୟ ସମସ୍ତଙ୍କର ବେଶ୍ ପସନ୍ଦ ଥିଲେ । ସିରିୟଲ ବନ୍ଦ ହେବାକୁ ବହୁତ୍ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ସେ ବେଳର ପିଲାମାନଙ୍କ ମନରେ ସେହି ଧାରାବାହିକ ଅଭୁଲା ହୋଇ ରହିଛି ।
ତେବେ ସେହି ଧାରାବାହିକ ମୁଖ୍ୟ ଭୂମିକାରେ ନଜର ଆସିଥିବା ସଞ୍ଜୁ, ଯାହାଙ୍କ ପାଖରେ ଏକ ମ୍ୟାଜିକ୍ ପେନସିଲ୍ ଥିଲା ଓ ଯାହା ମାଧ୍ୟମରେ ସେ ଯାହାବି ଆଙ୍କୁଥିଲେ ତାହା ସତ ହୋଇଯାଉଥିଲା, ସେ ଏବେ ସେ ଖୁବ୍ ବଡ ହେଇସାରିଲେଣି ଓ ତାଙ୍କ ଚେହେରା ଓ ପର୍ସନାଲିଟି ଆଗରେ ବଡ ବଡ ବଲିଉଡ୍ କଳାକାର ମଧ୍ୟ ଫିକା ପଡିଯିବେ । ସଞ୍ଜୁଙ୍କ ପ୍ରକୃତ ନାମ ହେଉଛି କିଂଶୁକ ବୈଦ୍ୟ । ସଞ୍ଜୁଙ୍କ ଏକ ଯୁବକ ଅବସ୍ଥାର ଆକର୍ଷଣୀୟ ଫୋଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କ ଫୋଟୋକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ତାଙ୍କର ସେହି ଫୋଟୋରେ 16 ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳିଛି ।
 
View this post on Instagram
;