ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଜି ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି M-Yoga ଆପର ଶୁଭାରମ୍ଭ କରିଛନ୍ତି । ଏହି ଆପର କମନ ଯୋଗୋ ପ୍ରୋଟୋକଲ ଆଧାରରେ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଦୁନିଆର ଅଲଗା ଅଲଗା ଭାଷାରେ ଉପଲବ୍ଧ ହେବ । ଭାରତ ଏହି ଆପକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହିତ ମିଶି ପ୍ରସ୍ତୁତ କରିଛି । ଅନ୍ତର୍ଜାତୀୟ ଯୋଗ ଦିବସରେ ପିଏମ୍ ମୋଦି ଆପକୁ ନେଇ କହିଛନ୍ତି ଯେ ଏହା ଆଧୁନିକ କୌଶଳ ଓ ପ୍ରାଚୀନ ବିଜ୍ଞାନର ମିଶ୍ରଣର ଏକ ଚମତ୍କାର ଉଦାହରଣ । ଏବେ ବିଶ୍ୱକୁ M-Yoga ଆପର ଶକ୍ତି ମିଳିବାକୁ ଯାଉଛି । କରୋନା ମହାମାରୀ ସମୟରେ ଯୋଗକୁ ଆଶାର କିରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
MYoga ଆପ୍ ସମ୍ପୂର୍ଣ୍ଣ ରୂପେ ନିରାପଦ ଓ ଏହା ମାଧ୍ୟମରେ ୟୁଜରଙ୍କ କୌଣସି ବ୍ୟକ୍ତିଗତ ଡାଟା ଲିକ ହେବାର ସମ୍ଭାବନା ନାହିଁ । ଏହାକୁ ୧୨ରୁ ୬୫ ବର୍ଷର ବୟସ୍କ ବ୍ୟକ୍ତି ଦୈନିକ ଯୋଗ ସାଥୀ ରୂପେ ବ୍ୟବହାର କରିପାରିବେ ।