ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସହ ମୁକାବିଲା କରିବାରେ ମୁଖ୍ୟ ଅସ୍ତ୍ର ହେଉଛି ଟୀକା l ଏହି ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଜାରି ରଖିଛନ୍ତି l ଆଜିଠୁ ଦେଶର ସମସ୍ତ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି l ତେବେ ପ୍ରଥମ ଦିନରେ ହିଁ ଟିକାକରଣ ସମସ୍ତ ରେକର୍ଡକୁ ପାର୍ କରିଛି l ସରକାରୀ ତଥ୍ୟ ଅନୁଯାୟୀ ଆଜି ଦେଶରେ ପ୍ରାୟ 70 ଲକ୍ଷ ଲୋକ ଟିକା ନେଇଛନ୍ତି l ଯାହାକି ଏପର୍ଯ୍ୟନ୍ତର ସବୁଠୁ ବଡ ରେକର୍ଡ l ତେବେ ବର୍ତ୍ତମାନ ଦେଶରେ 18 ବର୍ଷରୁ 44 ବର୍ଷୀୟ ବର୍ଗୀୟଙ୍କୁ ଟିକା ଦିଆଯାଉଛି l ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ତୃତୀୟ ଲହର ଆସିବାର ଆଶଙ୍କାରେ ଯେତେ ଶୀଘ୍ର ସମ୍ଭବ ଟିକା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି l