ସନଷ୍ଟାର ଟିଭି ବ୍ୟୁରୋ
ବେଗୁନିଆ:ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୧ ଅବସରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ପରିଛଳ ଗ୍ରାମରେ ଅବସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୁଳ ଶିକ୍ଷାନୁଷ୍ଠାନ ପରିସର ଭିତରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଗୁରୁ ଶ୍ରୀ ରମେଶ ଚନ୍ଦ୍ର ସାହୁ ଏବଂ ଶ୍ରୀ ସଞ୍ଜୟ କୁମାର ମହାପାତ୍ର ଉପସ୍ଥିତ ରହି ଯୋଗ ଦିବସକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇଥିଲେ।
ସମସ୍ତ ଆସନ,ଯୋଗ ଏବଂ ପ୍ରାଣାୟମ ର ଉପକାରିତା ଏବଂ ଶରୀର ପାଇଁ କଣ କଣ ଲାଭଦାୟକ ସେ ବିଷୟରେ ସଂପୂର୍ଣ୍ଣ ବର୍ଣ୍ଣନା କରିଥିଲେ ଏବଂ ସମସ୍ତଙ୍କୁ ନିତ୍ୟ ଯୋଗାଭ୍ୟାସ କରିବା ଦ୍ଵାରା ଶରୀର ସୁସ୍ଥ ରୁହେ, ମନ ପ୍ରଫୁଲ୍ଲ ରୁହେ ଏବଂ ଇନ୍ଦ୍ରିୟ ମାନେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ଅବଗତ କରାଇଥିଲେ।ଗୁରୁକୁଳ ପକ୍ଷରୁ ଅଭୟ ଆର୍ଯ୍ୟ, ରାଧାମୋହନ ପାତଳାସିଂହ ଏବଂ ଭିକାରୀ ଚରଣ ବଳିଆରସିଂହ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ:ସଞ୍ଜୟ କର,ଖୋର୍ଦ୍ଧା