ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣକୁ ଦେଖି ବିମାନ ଉଡାଣକୁ ରଦ୍ଧ କରିଥିବା ୟୁଏଇ ଏବେ ପୁଣି ଭାରତରୁ ଦୁବାଇକୁ ବିମାନ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି । ଜୁନ 23ରୁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆରୁ ଲୋକମାନେ ୟୁଏଇ ଯାଇପାରିବେ । ଏହି ସେବା ପୁଣି ଚାଲୁ ହେଉଛି ବୋଲି ଏମିରେଟ୍ସ ଏୟାରଲାଇନ୍ସ ଟ୍ବିଟ କରି ସୂଚନା ଦେଇଛି ।ତେବେ ଏଥିପାଇଁ ଏମିରେଟ୍ସ ଏୟାରଲାଇନ୍ସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।
- ଯେଉଁ ଭାରତୀୟ ମାନେ ୟୁଏଇରେ ଅନୁମୋଦିତ କରୋନା ଟିକା ପାଇଛନ୍ତି ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ।
- ଭାରତୀୟ ନାଗରିକଙ୍କୁ ବିମାନ ଉଡ଼ାଣରୁ 48 ଘଣ୍ଟା ମଧ୍ୟରେ କୋରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ।
- ଯାତ୍ରୀମାନଙ୍କୁ ଯାତ୍ରାର 4 ଘଣ୍ଟା ପୂର୍ବରୁ ଆରଟି ପିସିଆର ପରୀକ୍ଷା କରିବାକୁ ପଡିବ । କେବଳ QR କୋଡ୍ ଧାରଣ କରିଥିବା ଟେଷ୍ଟ ସାର୍ଟିଫିକେଟ ବୈଧ ହେବ ।
- ଦୁବାଇ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଆରଟି ପିସିଆର ପଡିବ ।