ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜିଠୁ କ୍ୟାମ୍ପେନ ମୋଡରେ ଆରମ୍ଭ ହୋଇଛି ଟୀକାକରଣ ପ୍ରକ୍ରିୟା ।ଟିକା କରଣକୁ ଆହୁରୀ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ନୂତନ ଟୀକାକରଣ ଗାଇଡଲାଇନ ଅନୁଯାୟା ଟୀକାକରଣ ହେବ । ତେବେ ଏହି ନୂତନ ଗାଇଡଲାଇନ୍ ଅନୁଯାୟୀ, ପ୍ରତ୍ୟେକ ଦିନ 3 ଲକ୍ଷ ଟୀକାକରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।
ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସିପାଲଟିରେ କ୍ୟାମ୍ପେନ ମୋଡ଼ରେ ହେବ ଟୀକାକରଣ । ପ୍ରତ୍ୟେକ ବ୍ଲକରେ 5ଟି ସେସନ, ଏନଏସସିରେ 5ଟି ଲେଖାଏଁ ସେସନ, ପୌର ପରିଷଦରେ 10ଟି ଓ ମହାନଗର ନିଗମରେ 20ଟି ସେସନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ଟୀକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ। ସଠିକ ସମୟରେ ଦ୍ବିତୀୟ ଡୋଜ ଉପରେ ଗୁରୁତ୍ବ ଦିଆଯିବ । ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଟିକା ଲୋକମାନଙ୍କୁ ଦିଆଯିବ ।