ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି କ୍ୟାମ୍ପେନ ମୋଡ଼ରେ ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଭୟ ଅନଲାଇନ ଓ ଅଫ ଲାଇନରେ ପଂଜିକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ତେବେ ଏହି ଟୀକାକରଣକୁ ନେଇ ତୀବ୍ର ରାଜନୀତି ଦେଖାଯାଇଛି ।ଅନୁଗୁଳରେ ଟିକାକରଣ ପୋଷ୍ଟରକୁ ନେଇ ବିରୋଧ କରିଛନ୍ତି ବିଜେପି କର୍ମୀ । କୋଭିଡ ଟିକାକରଣ କେନ୍ଦ୍ରରେ ଲାଗିଥିବା ନବୀନଙ୍କ ବିଭିନ୍ନ ପୋଷ୍ଟର ଚିରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଯାଉ ବୋଲି ପାଟିତୁଣ୍ଡ କରିଥିଲେ । ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା ସୃଷ୍ଟିଥିଲେ । ତେବେ ପୋଲିସ ପହଞ୍ଚିବା ପୂର୍ବରୁ କିଛି କର୍ମୀ ସେଠାରୁ ଚାଲି ଯାଇଥିଲେ । ଏଭଳି ଉତ୍ତେଜନା ପରିସ୍ଥିତି ପାଇଁ ଟୀକାକରଣ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା ।