ସନଷ୍ଟାର ଟିଭି ବ୍ୟୁରୋ
ସଉଥମ୍ପଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲୁଥିବା ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ୍ ଆଜି ମଧ୍ୟ ଖରାପ ପାଗ ପାଇଁ ବନ୍ଦ ରହିଛି । ଏହି ମହାମୁକାବିଲାର ଉଦଘାଟନୀ ମ୍ୟାଚ୍ ବର୍ଷା ଯୋଗୁଁ ଧୂଳିସାତ୍ ହୋଇଯାଇଥିବା ବେଳେ ଦ୍ବିତୀୟ ଦିନ କେବଳ 64.4 ଓଭର ଖେଳ ସମ୍ଭବ ହୋଇପାରିଥିଲା ।ଖରାପ ପାଗ ପାଇଁ ସମୟ ପୂର୍ବରୁ ଖେଳ ଶେଷ କରାଯାଇଛି । ତେବେ ଖେଳ ବନ୍ଦ ହେବା ବେଳେ ଟିମ୍ ଇଣ୍ଡିଆ 146 ରନ୍ ସଂଗ୍ରହ କରି 3 ଓ୍ବିକେଟ୍ ହରାଇଛନ୍ତି । ପ୍ରଥମ ଓ୍ବିକେଟ୍ ଯିବାବେଳେ ଭାରତ 62 ରନ୍ କରିଥିଲା । ତେବେ ରୋହିତ୍ ଶର୍ମା 34 ରନ୍ କରିଥିଲେ । ଟିମ ଇଣ୍ଡିଆର କ୍ୟାପଟେନ 44 ରନ୍ ସଂଗ୍ରହ କରିଥିବା ବେଳେ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ 29 ରନ୍ ସଂଗ୍ରହ କରି ପଡିଆରୁ ବିଦା ହୋଇଛନ୍ତି ।
ଭାରତୀୟ ଚୁଡାନ୍ତ ଏକାଦଶ: ବିରାଟ କୋହଲି(କୋହଲି), ରୋହିତ ଶର୍ମା, ଶୁଭମ ଗିଲ୍, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ୍), ଋଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି ।
ନ୍ୟୁଜଲାଣ୍ଡ ଟିମ୍ ଏକାଦଶ- ଟମ୍ ଲଥାମ୍, ଡିଭନ୍ କନଓ୍ୱେ, କେନ୍ ଓ୍ୱିଲିୟମସନ୍, ରସ୍ ଟେଲର୍, ହେନରୀ ନିକୋଲାସ୍, ବିଜେ ଓ୍ୱାଟଲିଙ୍ଗ, କୋଲିନ୍ ଡ୍ ଗ୍ରାଣ୍ଡହୋମ୍, କେଲି ଜାମିସନ୍, ନେଲ୍ ଓ୍ୱାଗନର୍, ଟିମ୍ ସାଉଥି, ଟ୍ରେନ୍ଟ ବୋଲ୍ଟ ।