ସନଷ୍ଟାର ଟିଭି ବ୍ୟୁରୋ
ସାଉଥମ୍ପଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନ୍ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ୍ ମ୍ୟାଚରେ ଭାରତର ନୈରାଶଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ମାତ୍ର ଦୁଇ ଦିନ ଖେଳି 217 ସଂଗ୍ରହ କରି ନିଜର ସମସ୍ତ ଓ୍ବିକେଟ୍ ହରାଇଛି ଟିମ୍ ଇଣ୍ଡିଆ ।ଯାହା ଭାରତୀୟ କ୍ରିକେଟ ପ୍ରେମୀମାନଙ୍କୁ ଗଭୀର ଆଘାତ ଦେଇଛି । ଖରାପ ପାଗ ପାଇଁ ପ୍ରଥମ ଦିନ ଖେଳ ନହୋଇଥିବା ବେଳେ ଦ୍ବିତୀୟ ଦିନ ମଧ୍ୟ ଖେଳ ଅଧାରୁ ସ୍ଥଗିତ ରଖାଯାଇଥିଲା । ତେବେ ତୃତୀୟ ଦିନ ଖେଳର ଆରମ୍ଭର କିଛି ଘଣ୍ଟା ମଧ୍ୟରେ ଭାରତ ନିଜର ସମସ୍ତ ଓ୍ବିକେଟ ହରାଇଥିଲା । ଭାରତର କୌଣସି ପ୍ଲେୟାର ଅର୍ଦ୍ଧଶତକ ଛୁଇଁନଥିଲେ । ଆଜିଙ୍କ୍ୟ ରାହାଣେ 49 ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ କୋହଲି 44 ରନ୍ କରି ଆଉଟ୍ ହୋଇଥିଲେ ।
ତେବେ ନ୍ୟୁଜିଲାଣ୍ଡର ବୋଲର୍ କେଲି ଜାମିସନ୍ ସର୍ବାଧିକ 5ଟି ଓ୍ବିକେଟ ନେଇଥିବା ବେଳେ ନେଲ୍ ଓ୍ୱାଗନର୍ ଓ ଟ୍ରେନ୍ଟ ବୋଲ୍ଟ 2 ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।
ଭାରତୀୟ ଚୁଡାନ୍ତ ଏକାଦଶ: ବିରାଟ କୋହଲି(କୋହଲି), ରୋହିତ ଶର୍ମା, ଶୁଭମ ଗିଲ୍, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ୍), ଋଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି ।
ନ୍ୟୁଜଲାଣ୍ଡ ଟିମ୍ ଏକାଦଶ- ଟମ୍ ଲଥାମ୍, ଡିଭନ୍ କନଓ୍ୱେ, କେନ୍ ଓ୍ୱିଲିୟମସନ୍, ରସ୍ ଟେଲର୍, ହେନରୀ ନିକୋଲାସ୍, ବିଜେ ଓ୍ୱାଟଲିଙ୍ଗ, କୋଲିନ୍ ଡ୍ ଗ୍ରାଣ୍ଡହୋମ୍, କେଲି ଜାମିସନ୍, ନେଲ୍ ଓ୍ୱାଗନର୍, ଟିମ୍ ସାଉଥି, ଟ୍ରେନ୍ଟ ବୋଲ୍ଟ ।