ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତ କିଛି ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା 3 ହଜାରରେ ଅଟକି ରହିଛି । ଆଜି ମଧ୍ୟ ରାଜ୍ୟରୁ 3 ହଜାର 577 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 2 ହଜାର 39 ଚିହ୍ନଟ ହୋଇ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 1 ହଜାର 538 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 571 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ କଟକରୁ 407 , ଅନୁଗୋଳରୁ 127, ବାଲେଶ୍ବରରୁ 205, ଭଦ୍ରକରୁ 186, ବରଗଡରୁ 51, ବଲାଙ୍ଗୀର 36, ବୌଦ୍ଧ 59, ଦେବଗଡରୁ 12, ଢେଙ୍କାନାଳରୁ 96, ଗଜପତି 29, ଗଞ୍ଜାମ 27, ଜଗତସିଂହପୁର 103, ଯାଜପୁର 337, ଝାରସୁଗୁଡା, କଳାହାଣ୍ଡିରୁ ଏବଂ କନ୍ଧମାଳରୁ 41, କେନ୍ଦ୍ରାପଡାରୁ 141, କୋନ୍ଦୁଝରରୁ 61, କୋରାପୁଟରୁ 59, ମାଲକାନଗିରିରୁ 86, ମୟୂରଭଞ୍ଜରୁ 187, ନବରଙ୍ଗପୁରରୁ 57, ନୟାଗଡରୁ 114, ନୂଆପଡାରୁ 19, ପୁରୀରୁ 237, ରାୟଗଡାରୁ 88, ସମ୍ବଲପୁରରୁ 31, ସୁବର୍ଣ୍ଣପୁରରୁ 29, ସୁନ୍ଦରଗଡରୁ 43 ଏବଂ ଷ୍ଟେଟ ପୋଲରୁ 84 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।