ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ଏକ ନୂତନ ଯୋଜନା “ଆଶୀର୍ବାଦ” ଯୋଜନାର ଶୁଭାରମ୍ଭ କଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ଦ୍ବାରା ବାପା ମାଆଙ୍କୁ ହରାଇଥିବା ଶିଶୁ ପାଇଁ ଉପକୃତ ହେବ । ପରିବାର ମୁଖ୍ୟ ଉପର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ । ଏହି ସ୍ୱତନ୍ତ୍ର ଯୋଜନାରେ ଅନାଥ ପିଲାମାନଙ୍କୁ ମାସିକ ୨୫ ଶହ ଟଙ୍କା ମିଳିବ । ଯଦି ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମାଆଙ୍କୁ ହରାଇଥିବେ ତେବେ ୧୫ଶହ ଟଙ୍କା ମିଳିବ । ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଯୋଜନାରେ ପିଲାଙ୍କୁ ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ୨୦୨୦ ମସିହା ଏପ୍ରିଲ ୧ ପରେ ଅନାଥ ହୋଇଥିବା ଶିଶୁମାନଙ୍କୁ ଏହି ଯୋଜନାର ଲାଭ ମିଳିବ।ଯେପରି ଜଣେ ବି ଅନାଥ ପିଲା ଏହି ଯୋଜନାରୁ ବଂଚିତ ନ ହେବେ ସେଥିଲାଗି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।