ସନଷ୍ଟାର ଟିଭି ବ୍ୟୁରୋ
ସଉଥମ୍ପଟନ୍ : ବିଶ୍ୱ ଟେଷ୍ଚ ଚାମ୍ପିୟନସିପ୍ ଫାଇନାଲର ଉଦଘାଟନୀ ମ୍ୟାଚ୍ ଲଗାଣ ବର୍ଷା ଯୋଗୁଁ ଧୋଇଯିବା ପରେ ଆଜି ଦ୍ୱିତୀୟ ଦିନରେ ପଡିଆକୁ ଓହ୍ଲାଇଛନ୍ତି ଭାରତ ଓ ନ୍ୟୁଜଲାଣ୍ଡ । ସମ୍ଭାବ୍ୟ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ପୂର୍ବରୁ ଟସ୍ ପଡିଛି । ନ୍ୟୁଜଲାଣ୍ଡ କ୍ୟାପଟେନ କେନ୍ ଓ୍ୱିଲିଅମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଛନ୍ତି । ଏଥି ସହିତ ଭାରତୀୟ କ୍ରିକେଟ ଟିମରୁ ଓପନର୍ ଭାବେ ଶୁବମନ୍ ଗିଲ୍ ଓ ରୋହିତ ଶର୍ମା ପଡିଆରେ ଖେଳ ଜାରି ରଖିଛନ୍ତି ।ବର୍ତ୍ତମାନ ଶୁଦ୍ଧା 14 ଓଭରରେ 41 ରନ୍ କରିଛନ୍ତି ଭାରତୀୟ ଦଳ ।
ନ୍ୟୁଜଲାଣ୍ଡ ଟିମ୍ ଏକାଦଶ- ଟମ୍ ଲଥାମ୍, ଡିଭନ୍ କନଓ୍ୱେ, କେନ୍ ଓ୍ୱିଲିୟମସନ୍, ରସ୍ ଟେଲର୍, ହେନରୀ ନିକୋଲାସ୍, ବିଜେ ଓ୍ୱାଟଲିଙ୍ଗ, କୋଲିନ୍ ଡ୍ ଗ୍ରାଣ୍ଡହୋମ୍, କେଲି ଜାମିସନ୍, ନେଲ୍ ଓ୍ୱାଗନର୍, ଟିମ୍ ସାଉଥି, ଟ୍ରେନ୍ଟ ବୋଲ୍ଟ ।