ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ଭାଇରସ ନିଜର ଆତଙ୍କ ଦେଖାଇସାରିଛି । ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟରେ ଆସି ନିଜର ଭୟଙ୍କର ରୂପ ଦେଖାଉଛି କରୋନା । ସାରା ଦେଶରେ ଏବେ ସୁଦ୍ଧା ୩୮ କୋଟିରୁ ଅଧିକ ସାମ୍ପୁଲ କରୋନା ଟେଷ୍ଟ ସରିଲାଣି । ହେଲେ ସେମାନଙ୍କ ମଧ୍ୟରୁ କେବଳ ୨୮ ହଜାର ଜଣଙ୍କର ଜିନୋମ ସିକ୍ଵେନସିଂ ହୋଇପାରିଛି । ଏହି ଟେଷ୍ଟିଂରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ୍ୟ । ଭାରତରେ କରୋନାର ପ୍ରାୟ ୧୨୦ରୁ ଅଧିକ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି। ସେଥିରୁ ୮ଟି ମ୍ୟୁଟାଣ୍ଟ ସବୁଠୁ ଅଧିକ ଘାତକ। ତେବେ ବୈଜ୍ଞାନିକମାନେ ଏବେ ୧୪ଟି ମ୍ୟୁଟାଣ୍ଟକୁ ନେଇ ପରୀକ୍ଷଣ ଜାରି ରଖିଛନ୍ତି । ଦେଶରେ ପ୍ରାୟ ୨୮ଟି ଲ୍ୟାବରେ ସିକ୍ଵେନ୍ସିଂ ଚାଲିଛି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନାର ଭ୍ୟାରିଆଣ୍ଟ ଆଲ୍ଫା, ବିଟା, ଗାମା, ଡେଲ୍ଟା ପ୍ଲସ୍, କାପା, ଇଟା, ଏବଂ ଲୋଟା ନାମକରଣ କରିଛି । ଭାରତରେ ଡେଲ୍ଟା ସହ କାପା ଭ୍ୟାରିଆଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ଡେଲ୍ଟା ପ୍ଲସ୍ ଏବଂ କାପା ସବୁଠୁ ଅଧିକ ମାରତ୍ମକ ଓ ଏହାର ସଂକ୍ରମଣ ହାର ଅଧିକ । ଗତ ୬୦ ଦିନରେ ୭୬ ପ୍ରତିଶତ ସାମ୍ପୁଲରେ ଏହା ଚିହ୍ନଟ ହୋଇଛି ।