ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩ ହଜାର ୪୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୯୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ୧୪୭୩ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ୭୩ ହଜାର ୯୨୫ ଜଣ ବୃଦ୍ଧି ପାଇଛି।
ତେବେ ଆଜି ୧୧ ଜିଲ୍ଲାରେ ଶହେ ଉପରେ ସଂକ୍ରମଣ ସଂଖ୍ୟା ରହିଛି । ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୫୩ ଜଣ, କଟକରୁ ୩୯୬ ଜଣ, ଯାଜପୁରରୁ ୨୮୫ ଜଣ, ପୁରୀ ୨୧୭ ଜଣ, ବାଲେଶ୍ବରରୁ ୨୬୧ ଜଣ, ମୟୂରଭଞ୍ଜରୁ ୧୬୨ ଜଣ, ନୟାଗଡ଼ରୁ ୧୪୨ ଜଣ, ଭଦ୍ରକରୁ ୧୩୯ ଜଣ, ଅନୁଗୁଳରୁ ୧୩୮ ଜଣ, କେନ୍ଦ୍ରାପଡ଼ାରୁ ୧୧୧ ଜଣ, ଜଗତସିଂହପୁରରୁ ୧୦୮ ଜଣ, ରାୟଗଡ଼ାରୁ ୯୪ ଜଣ, ଢ଼େଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭୮ ଜଣ ଲେଖାଏଁ, କୋରାପୁଟରୁ ୭୨ ଜଣ,ନବରଙ୍ଗପୁରରୁ ୬୦ ଜଣ, ବରଗଡ଼ରୁ ୫୨ ଜଣ,କେନ୍ଦୁଝରରୁ ୪୭ ଜଣ, କନ୍ଧମାଳରୁ ୪୧ ଜଣ, ବଲାଙ୍ଗୀରୁ ୪୦ ଜଣ, ମାଲକାନଗିରିରୁ ୩୮ ଜଣ,କଳାହାଣ୍ଡିରୁ ୩୫ ଜଣ, ସମ୍ବଲପୁରରୁ ୩୨ ଜଣ, ବୌଦ୍ଧରୁ ୩୧ ଜଣ, ସୋନପୁରରୁ ୩୦ ଜଣ, ଗଜପତିରୁ ୨୭ ଜଣ, ଗଞ୍ଜାମରୁ ୨୬ ଜଣ, ଦେବଗଡ଼ରୁ ୨୨ ଜଣ, ନୂଆପଡ଼ାରୁ ୨୦ ଜଣ, ଝାରସୁଗୁଡ଼ାରୁ ୧୦ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ତେବେ ଏନେଇ ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।