ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଲିଭେବୁଲ୍ କ୍ୟାପିଟାଲ ସିଟିଜ୍ ଅଫ୍ ଇଣ୍ଡିଆ ଅର୍ଥାତ୍ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ମଧ୍ୟରେ ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି ଓଡିଶାର ରାଜଧାନୀ ଭୁବନେଶ୍ୱର । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟ (ସିଏସଇ) ଏହି ତାଲିକା ପ୍ରକାଶ ପାଇଛି । ପ୍ରଥମ ସ୍ଥାନରେ ବେଙ୍ଗାଲୁରୁ ଥିବାବେଳେ ଦ୍ବିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି ।
ତେବେ ସହଜ ଜୀବନ ସୂଚକାଙ୍କରେ ସ୍କୋର ନିର୍ଣ୍ଣୟ କରିବାକୁ ଚାରୋଟି ପାରାମିଟର ବ୍ୟବହୃତ ହୋଇଥିଲା । ଜୀବନର ଗୁଣ, ଅର୍ଥନୈତିକ ଦକ୍ଷତା, ସ୍ଥିରତା ଏବଂ ନାଗରିକଙ୍କ ଧାରଣା । 100 ରୁ 94.8 ପ୍ରତିଶତ ସର୍ବାଧିକ ସ୍କୋର ସହିତ ନାଗରିକ ଧାରଣା ସର୍ଭେରେ ଶୀର୍ଷରେ ରହିଛି ସ୍ମାର୍ଟ ସିଟି ଭୁବନେଶ୍ବର । ସିଏସଇ ପକ୍ଷରୁ କରାଯାଇଥିବା ସର୍ଭେରେ ବହୁ ବଡ ବଡ ରାଜଧାନୀକୁ ପଛରେ ପକାଇଛି ଭୁବନେଶ୍ବର । ଏହି ତାଲିକାରେ ମୁମ୍ବାଇ ପଞ୍ଚମ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧିନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି ।
ରାଜଧାନୀ ଭୁବନେଶ୍ବର ସିଏସଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Congratulations to our capital city #Bhubaneswar for being ranked 4th among ‘Liveable Capital Cities of India’ as per @CSEINDIA‘s liveability index report. Bhubaneswar earned highest score of 94.8 in citizen perception survey & 4th rank in Ease of Living Index. #OdishaLeads pic.twitter.com/u6sS8uunMx
— CMO Odisha (@CMO_Odisha) June 19, 2021