ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ମହାମାରୀ ସମୟରେ UG ଏବଂ PG ପରୀକ୍ଷାକୁ ନେଇ ଦ୍ବନ୍ଦ୍ବର ସମାଧାନ ହୋଇଛି । ବହୁ କଳ୍ପନା ଜଳ୍ପନା ପରେ UG ଏବଂ PG ପରୀକ୍ଷା ହେବ ବୋଲି ନିଷ୍ପତି ନିଆଯ଼ାଇଛି । ବ୍ୟାଚଲର ଏବଂ ପୋଷ୍ଟ ଗ୍ରାଜୁଏଟ ପିଲାଙ୍କର ପରୀକ୍ଷା ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ତେବେ ଏହି ପରୀକ୍ଷା ଗତ ବର୍ଷ ଭଳି ଅନଲାଇନ ମାଧ୍ୟମରେ ହେବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଏହି ପରୀକ୍ଷା ଶେଷ ହେବ । ବ୍ୟାକ୍ ପେପରରେ ମଧ୍ୟ ଅନଲାଇନ ପରୀକ୍ଷା କରାଯିବ ।
ସୂଚନାଯୋଗ୍ୟ ତେବେ ଗତ 12 ତାରିଖରେ UG PG ପରୀକ୍ଷାକୁ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହିତ ଆଲୋଚନା କରାଯାଇଥିଲା । ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେନେଇ କୁଳପତିମାନଙ୍କ ମତାମତ ନିଆଯାଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେରେ ଥିବା ବିଶ୍ବ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତ କୁଳପତିମାନେ ଏ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲେଚନା କରିବା ପାଇଁ 7 ଦିନର ସମୟ ଦିଆଯାଇଥିଲା । ଆଜି ସାତ ଦିନ ଶେଷ ହେଉଛି । ୟୁଜି ପିଜି ପରୀକ୍ଷାକୁ ନେଇ ଚୂଡାନ୍ତ ରିପୋର୍ଟ କୁଳପତିମାନେ ଦାଖଲ କରିବେ । ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ କୁଳପତିଙ୍କ ସହ ଏବିଷୟରେ ଆଲୋଚନା କରିବେ ।