ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ 2020 ପାଇଁ ଭାରତୀୟ ପୁରୁଷ ହକି ଦଳର 16 ଜଣିଆ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ସେହି ଦଳରେ ସାମିଲ ଦୁଇ ଓଡିଆ ପୁଅ । ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଦଳରେ ସାମିଲ କରାଯାଇଛି ବୋଲି ହକି ଇଣ୍ଡିଆ ଘୋଷଣା କରିଛି । ଯାହାକୁ ନେଇ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଟିମରେ ସାମିଲ ହେବା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ନିଜର ଖୁସି ପ୍ରକାଶ କରିଛନ୍ତି ଓ ଦୁଇ ତାରକା ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚମତ୍କାର ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିବାକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଓଡିଶା ସ୍ପୋର୍ଟସ୍ ପକ୍ଷରୁ ମଧ୍ୟ ଦୁଇ ଜଣଙ୍କୁ ଅଭିନନ୍ଦନ ଜଣାଯାଇଛି ।
ଭାରତୀୟ ପୁରୁଷ ହକି ୧୬ ଜଣିଆ ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ହୋଇଛନ୍ତି ।
 
Congratulate #Odisha hockey players, Birendra Lakra and Amit Rohidas for making it to the 16 member Indian Men’s Hockey Team for #Tokyo2020. May the team bring laurels for the country. Best Wishes. #OdishaForHockey https://t.co/RMxnJRrt6l
— Naveen Patnaik (@Naveen_Odisha) June 18, 2021
;