ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୋରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେବ କ୍ରାସ କୋର୍ସ କାର୍ଯ୍ୟକ୍ରମ । ଆଜି ଦିନ 11 ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଦେଶର 26ଟି ରାଜ୍ୟରେ ଥିବା 111ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କ୍ରାସ କୋର୍ସର ଶୁଭାରମ୍ଭ ହୋଇଛି । ତେବେ ଏହି କୋର୍ସର ଉଦ୍ଦେଶ୍ୟ ପ୍ରାୟ ଏକ ଲକ୍ଷ କୋଭିଡ ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି କରିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ଏଥିରେ ସମ୍ପୃକ୍ତ ଯୋଦ୍ଧାଙ୍କୁ ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସହାୟତା, ସାମ୍ପୁଲ ସଂଗ୍ରହ ସହାୟତା, ମେଡିକାଲ ଉପକରଣ ସହାୟତା ଆଦି ପ୍ରଶିକ୍ଷଣ ଦିଆଯିବ । ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ 276 କୋଟି ବ୍ୟୟ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି ।