ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ସ୍ଥଗିତ ରଖାଯାଇଥିବା ୟୁଜି ପିଜି ଶେଷ ବର୍ଷର ପରୀକ୍ଷା ନେଇ ଆଜି ଚୂଡାନ୍ତ ନିଷ୍ପତି ନିଆଯାଇପାରେ । ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କିପରି ପରୀକ୍ଷା ପ୍ରଣାଳୀ ସମ୍ବନ୍ଧରେ ନିଷ୍ପତି ନିଆହୋଇପାରେ ।
ତେବେ ଗତ 12 ତାରିଖରେ ଏହି ବିଷୟରେ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହିତ ଆଲୋଚନା କରାଯାଇଥିଲା । ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେନେଇ କୁଳପତିମାନଙ୍କ ମତାମତ ନିଆଯାଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେରେ ଥିବା ବିଶ୍ବ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତ କୁଳପତିମାନେ ଏ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲେଚନା କରିବା ପାଇଁ 7 ଦିନର ସମୟ ଦିଆଯାଇଥିଲା । ଆଜି ସାତ ଦିନ ଶେଷ ହେଉଛି । ୟୁଜି ପିଜି ପରୀକ୍ଷାକୁ ନେଇ ଚୂଡାନ୍ତ ରିପୋର୍ଟ କୁଳପତିମାନେ ଦାଖଲ କରିବେ । ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ କୁଳପତିଙ୍କ ସହ ଏବିଷୟରେ ଆଲୋଚନା କରିବେ ।