ସନଷ୍ଟାର ଟିଭି ବ୍ୟୁରୋ
କଟକ:ବର୍ତ୍ତମାନ କରୋନା ମହାମାରୀ ତାର କାୟା ବିସ୍ତାର କରିଥିବା ବେଳେ ସାରା ଓଡିଶାରେ ଚାଲିଛି ଲକଡାଉନ | ଅନେକ ଲୋକ ହରାଇଛନ୍ତି ଜୀବୀକା | ଲୋକ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଯେଉଥିପାଇଁ ରଜପର୍ବ ଫିକା ପଡିଯାଇଛି | ଏମିତି ଏକ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦିକା ସୁଶ୍ରୀ ସୁଚିସ୍ମିତା ବେହେରାଙ୍କ ନେତୃତ୍ୱରେ କଟକ ର କିଛି ଅଞ୍ଚଳରେ ଥିବା ଛୋଟ ପିଲା ଓ ମାନସିକ ବିକୃତ ମହିଳାଙ୍କ ମୁହଁରେ ହସଫୁଟାଇବା ପାଇଁ ସେଠାରେ ଫହଁଚି ନୂତନ ବସ୍ତ୍ର, ଖେଳନା, ଏବଂ ଖାଦ୍ୟ ପାନୀୟ ପ୍ରଦାନ କରି ରଜ ପାଳନ କରିଥିଲେ | ସେଠାରେ ଥିବା ପିଲାମାନେ ବେସ ଖୁସି ବ୍ଯକ୍ତ କରିଥିଲେ | ସୁଚିସ୍ମିତାଙ୍କ ଏଭଳି ନିଆର ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଆଗାମୀ ଦିନରେ ଏଭଳି ଜନହିତକର କାର୍ଯ୍ୟ ଜାରୀ ରହିବ ବୋଲି ସୁଶ୍ରୀ ସୁଚିସ୍ମିତା କହିଛନ୍ତି ।