ସନଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର: ଜଗତସିଂହପୁରରେ କରୋନା ଟିକାକରଣକୁ ଆହୁରୀ ବ୍ୟାପକ କରିବା ପାଇଁ ଆଜି ସନ୍ଧ୍ୟା 5 ଟାରୁ ଅନଲାଇନରେ ସ୍ଲଟ୍ ବୁକିଂ ବ୍ୟବସ୍ଥା ଉପଲବ୍ଧ ହେବାକୁ ଯାଉଛି | 18 ରୁ 44 ବର୍ଷୀୟ ବର୍ଗଙ୍କ ପାଇଁ ଏହି ସ୍ଲଟ ଖୋଲା ରହିବ | ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତି ଆଜି ସନ୍ଧ୍ୟା 5 ଟାରୁ ସ୍ଲଟ୍ ବୁକ୍ କରିପାରିବେ | ତେବେ ଏନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଟ୍ବିଟ୍ କରି ସୂଚନା ଦେଇଛନ୍ତି | 4 ଦିନ ପାଇଁ ଅର୍ଥାତ୍ ଜୁନ 18, 19, 21 ଓ 22 ତାରିଖ ପାଇଁ ସ୍ଲଟ୍ ବୁକ୍ କରିହେବ | ଏହି ଚାରି ଦିନ ପାଇଁ ପ୍ରାୟ 5400 ଡୋଜ୍ ଉପଲବ୍ଧ ରହିଛି ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି |
Online booking of slots (100%) will be available on tomorrow 17-06-2021 at 05.00 pm for 18-44 age group for COVID vaccination at DHH, Jagatsinghpur (Vaccination Dates:- 18th,19th,21st & 22nd June 2021) @CMO_Odisha @HFWOdisha @IPR_Odisha @CJagatsinghpur pic.twitter.com/HcqCE8hp5D
— DM_Jagatsinghpur (@CollectorJspur) June 16, 2021
ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାରେ ପ୍ରତିଦିନ 100 ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି | ଏହାକୁ ରୋକିବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚାଲେଞ୍ଜ ସୃଷ୍ଟି କରିଛି | ତେବେ ଆଜି ଜଗତସିଂହପୁର ଜିଲ୍ଲାରୁ 92 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |