ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମରଣ ଯନ୍ତା ପାଲଟିଛି ଜଟଣୀ ପୌରପରିଷଦରେ ଥିବା ଡ଼ାକ ଘର କୋର୍ଟ ରାସ୍ତା ଓ ଖୋର୍ଦ୍ଧାକୁ ସଂଯୋଗ କରିଥିବା ରାସ୍ତା । ଖାଲ ଖମା ରାସ୍ତାକୁ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହୁଛି । ଅସରାଏ ବର୍ଷା ହେଲେ ସେହି ରାସ୍ତାରେ ଯିବାକୁ ହେଲେ ଛାତିରେ ଛନକା ପସିଯାଉଛି ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ହେବ ରାସ୍ତାର ଏଭଳି ଅବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ପୌରପରିଷଦ ଶୁଣି ନ ଶୁଣିବାର ଅଭିନୟ କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ବାରମ୍ବାର ଏ ବିଷୟରେ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି ।
ତେବେ ଏହାର ଶୀଘ୍ର ସମାଧାନ ନକରାଗଲେ ଜଟଣୀର ଜନସାଧାରଣ ଆନ୍ଦୋଳନ ପାଇଁ ରାସ୍ତା ଉପରକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି । ତେଣୁ ଜଟଣୀର ନିର୍ବାହୀ ଅଧିକାରୀ ତୁରନ୍ତ ଏହି ଦିଗରେ ଉଚିତ ପଦକ୍ଷେପ ନେବା ଜରୁରୀ ଅଟେ ।