ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗାଜିପୁରଠାରେ ଗଙ୍ଗାନଦୀରେ ଭାସିଯାଉଥିବା ଏକ କାଠ ବାକ୍ସରେ ଏକ ନବଜାତ କନ୍ୟାକୁ ସେଠାକାର ଜଣେ ସ୍ଥାନୀୟ ନାବିକ ଉଦ୍ଧାର କରିଛନ୍ତି । ସେହି ବାକ୍ସରେ ନବଜାତ ଶିଶୁ ସହ ଖଣ୍ଡେ ଚିଟାଉ, ଦେବୀ ଦୁର୍ଗାଙ୍କର ଏକ ଚିତ୍ର, ଜାତକ ଏବଂ ଧୂପକାଠି ମଧ୍ୟ ଥିଲା । ଚିଟାଉରେ ଲେଖାଥିଲା ‘ଗଙ୍ଗାପୁତ୍ରୀ’ ବା ‘ଗଙ୍ଗାଙ୍କ ସନ୍ତତି’।
ଗୁଲ୍ଲୁ ଚୌଧୁରୀ ନାମରେ ଜଣେ ସ୍ଥାନୀୟ ନାବିକ ସେ ନବଜାତାକୁ ଘରକୁ ନେଇଯାଇଯିବା ସହ ଶିଶୁ ଟିକୁ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ ଓ ପୋଲିସକୁ ସୂଚିତ କରିଥିଲେ।
ପୁଲିସ କହିବା ଅନୁସାରେ, ମଙ୍ଗଳବାର ସଞ୍ଜବେଳେ ଗୁଲ୍ଲୁ ଦାଦ୍ରିଘାଟରେ ଥିବା ବେଳେ କାଠବାକ୍ସରେ ଭାସିଯାଉଥିବା ଛୁଆର କାନ୍ଦଣା ଶୁଣି ତାକୁ ଉଦ୍ଧାର କରିଥିଲେ।
ତେବେ ଏହାକୁ ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଗୁଲ୍ଲୁଙ୍କୁ ପ୍ରଶସାଂ କରିବା ସହ ସରକାର ସେ ଛୁଆଟିର ଲାଳନପାଳନ ନିମନ୍ତେ ବନ୍ଦୋବସ୍ତ କରିବେ ବୋଲି କହିଛନ୍ତି ।ସେ କହିଛନ୍ତି, ନବଜାତ ବାଳିକାର ଜୀବନ ରକ୍ଷା କରିଥିବା ନାବିକଜଣକ ଦୁର୍ଲଭ ମାନବୀୟ ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି। କୃତଜ୍ଞତାସ୍ବରୂପ ସମସ୍ତ ସରକାରୀ ଯୋଜନାରୁ ତାଙ୍କୁ ସହାୟତା ଯୋଗାଇ ଦିଆଯିବ।