ସନଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଚିନ୍ତାର କାରଣ ସାଜିଛି ଫଙ୍ଗସ୍ ରୋଗ । ଆଜି କଟକ ଏସ୍ସିବି ମେଡିକାଲରୁ ପ୍ରଥମ ଥର ପାଇଁ ଜଣେ ହ୍ୱାଇଟ୍ ଫଙ୍ଗସ୍ ଓ ରୋଗୀ ଚିହ୍ନଟ ହୋଇଛନ୍ତି । ହ୍ୱାଇଟ ଫଙ୍ଗସ୍ ରୋଗୀଙ୍କ ପରିଚୟ ମିଳିପାରି ନାହିଁ । ଏଥିସହିତ ଜଣେ ବ୍ଲାକ୍ ଫଙ୍ଗସ୍ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି । ଆଜିକୁ ମିଶାଇ ଏସସିବିରୁ ପ୍ରାୟ 7 ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ବାହାରିଲେଣି ।
ଫଙ୍ଗସ୍ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ପାଇଁ ଏସ୍ସିବିରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଢାଯାଇଛି । ଏହି ଟିମ୍ ଫଙ୍ଗସ୍ ରୋଗୀମାନଙ୍କର ଦୈନନ୍ଦିନ ଚିକିତ୍ସା ତଦାରଖ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରୁଛନ୍ତି । ଫଙ୍ଗସ୍ ରୋଗୀଙ୍କୁ ନେଇ ସେଭଳି କୌଣସି ଆତଙ୍କିତ ହେବା ଭଳି ସ୍ଥିତି ନାହିଁ ବୋଲି ଏସ୍ସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି ।