ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଶେଷରେ ନୂଆ ଆଇଟି ନିୟମକୁ ପାଳନ କରିଛି ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର୍ । ନିୟମ ପାଳନ କରିବାକୁ ଯାଇ ଏହା ଅନ୍ତରୀଣ ମୁଖ୍ୟ ଅନୁପାଳନ ଅଧିକାରୀ ନିଯୁକ୍ତ କରିଛି । ଖୁବଶୀଘ୍ର ସରକାରଙ୍କୁ ଏହି ଅଧିକାରୀଙ୍କ ବାବଦରେ ପୂର୍ଣ୍ଣ ବିବରଣୀ ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛି ।
ପୂର୍ବରୁ ଫେସ୍ବୁକ୍ ଓ ଅନ୍ୟ ସୋସିଆଲ୍ ମିଡିଆ ସଂସ୍ଥାଗୁଡ଼ିକ ନୂଆ ଆଇଟି ନିୟମ ଆଧାରରେ ମୁଖ୍ୟ ଅନୁପାଳନ ଅଧିକାରୀ ନିଯୁକ୍ତ କରିଥିଲେ । କିନ୍ତୁ ଟ୍ୱିଟର୍ ଏହାକୁ ପାଳନ କରି ନ ଥିଲା । ପରେ କେନ୍ଦ୍ର ସରକାର ଏଥିପାଇଁ କମ୍ପାନିକୁ ନୋଟିସ୍ ଜାରି କରିଥିଲେ । ନିୟମ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ନିୟମକୁ ମାନି ମୁଖ୍ୟ ଅନୁପାଳନ ଅଧିକାରୀ ନିଯୁକ୍ତ କରିଛି ଟୁଇଟର ।