ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ 3ଟି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ । ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଏହି ସେରୋ ସର୍ଭେ କରାଯିବ । 4 ଦିନ ଯାଏଁ ଅର୍ଥାତ୍ ଆଜି ଠାରୁ 19 ତାରିଖ ଯାଏ ସର୍ଭେ କରାଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗଞ୍ଜାମ ଜିଲ୍ଲାର ନୂଆଗାଁ, ବାରିକୋଟ, ଖଣ୍ଡୁରୁ, ତାଳପଡା, ଜଳେଶ୍ୱରଖଣ୍ଡି, ଗୋଠଗାମ, ଦକ୍ଷିଣପୁର, ଲାଲସିଙ୍ଗ ୱାର୍ଡ ନମ୍ବର 1, ବ୍ରହ୍ମପୁରର ୱାର୍ଡ ନମ୍ବର 1 ଏବଂ 37 । ଅନ୍ୟପଟେ ରାୟଗଡା ଜିଲ୍ଲାର ଟିକରପଡା, ଘୁମିଗୁଡା, ମୁମ୍ବାର ଧମୁନି କଲୋନୀ, କବାଟସିଲ, ପୁନୁଣ୍ଡି, ଜୋରିଡି, ରଣଗୁଡା, ପାରିଡି, ଜଟିଲି ସହ ୱାର୍ଡ ନମ୍ବର 10 । ସେହିପରି ଭାବରେ କୋରାପୁଟ ଜିଲ୍ଲାରେ ସୋସାହାଣ୍ଡି, ହରିଡାପୁଟ, ଉପରକୁଟୀଙ୍ଗା, କାକିରଗୁମା, ଏକୋମ୍ବା, ହାଟକୁଢ଼, ସଂସାଗର, କକିରିଗୁଡା, କୋଟପଡା ୱାର୍ଡ ନମ୍ବର 1 ଓ ଜୟପୁରର ୱାର୍ଡ ନମ୍ବର 21 ଆଦି ଅଞ୍ଚଳରେ ଏହି ସେରୋ ସର୍ଭେ କରାଯିବ ।