ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: 18 ବର୍ଷରୁ 44 ବର୍ଷୀୟ ବର୍ଗୀୟଙ୍କ କରୋନା ଟିକା ନେବା ପାଇଁ ଆଉ ଆବଶ୍ୟକ ନାହିଁ ଆଗୁଆ ପଞ୍ଜୀକରଣ । ମୋବାଇଲ ଜରିଆରେ କୋୱିନ ପୋର୍ଟାଲରେ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ନୁହେଁ । ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ଯେ କୌଣସି ବ୍ୟକ୍ତି ଏଣିକି ତାଙ୍କର ନିକଟସ୍ଥ କୋଭିଡ ଟିକାକରଣ କେନ୍ଦ୍ରକୁ ଆସି ସେଠାରେ ନାମ ପଞ୍ଜୀକରଣ କରିପାରିବେ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି ।
ଅନେକ ସମୟରେ ମୋବାଇଲରେ ନାଁ ପଞ୍ଜୀକରଣ ସମ୍ଭବ ହେଉ ନଥିବାରୁ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ 18 ବର୍ଷରୁ 44 ବର୍ଷୀୟ ବର୍ଗୀୟଙ୍କ ସଂଖ୍ୟା ଅଧିକ ଥିବାରୁ ଟିକାକରଣକୁ ବ୍ୟାପକ କରିବା ପାଇଁ ଓ ଆଗୁଆ ଟିକାକରଣ ପଞ୍ଜୀକରଣ କ୍ଷେତ୍ରରେ ଦେଖାଦେଉଥିବା ଏହି ସମସ୍ୟା ଦୂର ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।