ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତେବେ ହଟ୍ସ୍ପଟ୍ ଜିଲ୍ଲା ଗୁଡ଼ିକରେ ଆକ୍ରାନ୍ତ କମିବା ଆଶ୍ୱାସନା ଆଣିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୩୩୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୭୫ ସଙ୍ଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ ୧୮୬୪ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୦୦ ଜଣ, କଟକରୁ ୪୮୦ ଜଣ, ବାଲେଶ୍ବରରୁ ୨୯୬ ଜଣ, ଅନୁଗୁଳରୁ ୨୨୬ ଜଣ, ପୁରୀରୁ ୨୫୫ ଜଣ, ଭଦ୍ରକରୁ ୨୦୯ ଜଣ,କେନ୍ଦ୍ରାପଡ଼ାରୁ ୧୮୧ ଜଣ,ସୁନ୍ଦରଗଡ଼ରୁ ୧୭୮ ଜଣ, ମୟୂରଭଞ୍ଜରୁ ୧୫୮ ଜଣ,ନୟାଗଡ଼ରୁ ୧୪୯ ଜଣ, ଢ଼େଙ୍କାନାଳରୁ ୧୪୪ ଜଣ, ଜଗତସିଂହପୁରରୁ ୧୪୩ ଜଣ,କେନ୍ଦୁଝରରୁ ୯୦ ଜଣ,ସୋନପୁରରୁ ୮୪ ଜଣ, ନବରଙ୍ଗପୁରରୁ ୭୮ ଜଣ, ବରଗଡ଼ରୁ ୬୮ ଜଣ,କୋରାପୁଟରୁ ୬୫ ଜଣ,ରାୟଗଡ଼ାରୁ ୬୪ ଜଣ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଳାରୁ ୬୨ ଜଣ ଲେଖାଏଁ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରୁ ୫୪ ଜଣ ଲେଖାଏଁ, ବଲାଙ୍ଗୀରୁ ୫୩ ଜଣ, ମାଲକାନଗିରିରୁ ୫୦ ଜଣ,ଗଜପତିରୁ ୩୬ ଜଣ,ଗଞ୍ଜାମରୁ ୨୯ ଜଣ, ଦେବଗଡ଼ରୁ ୨୬ ଜଣ, ନୂଆପଡ଼ାରୁ ୧୪ ଜଣ, ଝାରସୁଗୁଡ଼ାରୁ ୧୩ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।