ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କୁ ବେଶ୍ ଆଶ୍ୱସ୍ତୀ ପ୍ରଦାନ କରିଛି । ମାତ୍ର 15 ଦିନ ମଧ୍ୟରେ 10 ହଜାରରୁ 4 ହଜାରରେ ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା । ତେବେ ରାଜ୍ୟରେ ଗତ 24 ଘଣ୍ଟାରେ ମଧ୍ୟରେ 4 ହଜାର 469 ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 2 ହଜାର 546 ଜଣ ବାହାରିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ମାତ୍ର 1 ହଜାର 923 ରହିଛି ।ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 51 ହଜାର 782ରେ ପହଞ୍ଚିଛି ।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 612 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ଅନୁଗୋଳରୁ 226, ବାଲେଶ୍ବରରୁ 318, ବରଗଡରୁ 85, ଭଦ୍ରକରୁ 165, ବଲାଙ୍ଗୀରରୁ 56, ବୌଦ୍ଧରୁ 90, କଟକରୁ 413, ଦେବଗଡରୁ 23, ଢେଙ୍କାନାଳରୁ 252, ଗଜପତିରୁ 26, ଗଞ୍ଜାମରୁ 43, ଜଗତସିଂହପୁରରୁ 140, ଯାଜପୁରରୁ 370, ଝାରସୁଗୁଡାରୁ 27, କଳାହାଣ୍ଡିରୁ 92, କନ୍ଧମାଳରୁ 28, କେନ୍ଦ୍ରାପଡାରୁ 59, କେନ୍ଦୁଝରରୁ 96, କୋରାପୁଟରୁ 87, ମାଲକାନଗିରିରୁ 75, ମୟୂରଭଞ୍ଜରୁ 216, ନବରଙ୍ଗପୁରରୁ 118, ନୟାଗଡରୁ 128, ନୂଆପଡାରୁ 14, ପୁରୀରୁ 243, ରାୟଗଡାରୁ 137, ସମ୍ବଲପୁରରୁ 61, ସୋନପୁରରୁ 60, ସୁନ୍ଦରଗଡରୁ 103 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭ ସଂଖ୍ୟା 106 ରହିଛି ।
ସେହିପରି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟାଠାରୁ ସୁସ୍ଥତା ସଂଖ୍ୟା ଅଧିକ ରହିଛି । ଗତ 24 ଘଣ୍ଟାରେ 7 ହଜାର 578 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 59 ହଜାର 361ଟି ସକ୍ରିୟ ମାମଲା ରହିଥିବାବେଳେ ମୋଟ ସୁସ୍ଥସଂଖ୍ୟା 7 ଲକ୍ଷ 89 ହଜାର 66କୁ ବୃଦ୍ଧି ପାଇଛି ।
&
Covid-19 Report For 12th June
New Positive Cases: 4469
In quarantine: 2546
Local contacts: 1923(Details of local contacts will be shared by concerned Dist Administration)
District Wise Cases:
1. Angul: 226
2. Balasore: 318
3. Bargarh: 85
4. Bhadrak: 165
5. Balangir: 56— I & PR Department, Odisha (@IPR_Odisha) June 13, 2021
;