ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଜୁନ୍ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାଟ୍ରିକ ମୂଲ୍ୟାଙ୍କନ କାର୍ଯ୍ୟ ସଠିକ ଭାବେ ଚାଲୁଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବା ନେଇ ଚେଷ୍ଟା ଜାରି ରହିଛି । ଜୁନ୍ ଶେଷ ସପ୍ତାହରେ ମାଟ୍ରିକ ଫଳାଫଳ ପ୍ରକାଶ ପାଇବ ।
ତେବେ ବିଦ୍ୟାଳୟ ଖୋଲିବା ନେଇ ସେ କହିଛନ୍ତି ଯେ, ସ୍କୁଲ ଖୋଲାଯିବା ନେଇ ଏଯାଏଁ କୌଣସି ନିଷ୍ପତି ନିଆଯାଇନାହିଁ । ବିଶେଷଜ୍ଞ ଟିମ୍ ଓ ରାଜ୍ୟ ସରକାର ସେ ନେଇ ନିଷ୍ପତି ନେବେ ।