ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଲକଡାଉନ ପରେ ହୋଇପାରେ ସ୍ନାତ୍ତକ(UG) ଓ ସ୍ନାତ୍ତକୋତ୍ତର(PG) ପରୀକ୍ଷା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ଆଜି ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଗତବର୍ଷ ପରୀକ୍ଷାର ରୂପରେଖ ନେଇ ଆଲୋଚନା ହୋଇଥିଲା । ସ୍ନାତ୍ତକ(UG) ଓ ସ୍ନାତ୍ତକୋତ୍ତର(PG) ପରୀକ୍ଷା ପ୍ରାୟତଃ ହୋଇପାରେ ବୋଲି ସେ କହିଛନ୍ତି । ଏଥିସହ ଏହାର ଚୂଡାନ୍ତ ନିଷ୍ପତି ଜୁନ 18ରେ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।