ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଶ୍ରୀଲଙ୍କା ସିରିଜ୍ ପାଇଁ ଇଣ୍ଡିଆ ଟିମର ୨୦ ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ଏହି ୨୦ ଜଣ ସଦସ୍ୟଙ୍କ ନେତୃତ୍ୱ ନେବେ ଶିଖର ଧୱନ । ଜୁଲାଇ ୧୩ରୁ ୨୫ ମଧ୍ୟରେ ଏହି ଖେଳ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀଲଙ୍କା-ଭାରତ ମ୍ୟାଚ୍ରେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ହେବେ ଶିଖର ଧୱନ । ସେହିଭଳି ଭୁବନେଶ୍ୱର କୁମାରଙ୍କୁ ଉପଅଧୀନାୟକ କରାଯାଇଛି । ଶ୍ରୀଲଙ୍କା ସହିତ ଭାରତୀୟ ଦଳ ୩ଟି ୱାନଡେ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ ।
ଏହି ଟିମରେ ଶିଖର ଧାୱନ (ଅଧିନାୟକ), ଭୁବନେଶ୍ୱର କୁମାର (ଉପ ଅଧିନାୟକ), ପୃଥ୍ବୀ ଶ, ଦେବଦତ୍ତ ପଡିକଲ, ଋତୁରାଜ ଗାୟକଓ୍ବାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ନୀତିଶ ରାଣା, ଇଶାନ କିଶନ, ସଞ୍ଜୁ ସାମସନ୍, ଯୁଜବେନ୍ଦ୍ର ଚହଲ, ରାହୁଲ ଚହର, କୁଷ୍ଣା ଗୌତମ, କୃଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି, ଚେତନ ସକାରିଆ ସାମିଲ ହୋଇଛନ୍ତି ।