ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିର ଛଡା ଅନ୍ୟ ସମସ୍ତ ମନ୍ଦିରରେ ବନ୍ଦ ରହିବ ମହାପ୍ରଭୁଙ୍କ ରଥାଯାତ୍ରା । ଏନେଇ ଆଜି SRC ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି । ତେବେ ଗତବର୍ଷ ଭଳି ଏବର୍ଷ ମଧ୍ୟ କଡା କଟକଣା ମଧ୍ୟରେ କେବଳ ପୁରୀରେ ରଥଯାତ୍ରା ପାଳନ ହେବ । କେବଳ ସେବାୟତମାନେ ନିତୀକ୍ରାନ୍ତି କରିପାରିବେ । ଓ ଯେଉଁ ସେବାୟତମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ତଥା ଟିକାର ଦୁଇଟି ଯାକ ଡୋଜ ନେଇଥିବେ ସେମାନେ କେବଳ ରଥଯାତ୍ରାରେ ସାମିଲ ହୋଇପାରିବେ । ସର୍ବାଧିକ 500 ଲୋକଙ୍କ ନେଇ ରଥଯାତ୍ରା ପାଳନ କରାଯିବ । ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇପାରିବେ ନାହିଁ । ଶ୍ରୀମନ୍ଦିରରେ ରଥଯାତ୍ରା ସମୟରେ ପୁରୀରେ କର୍ଫ୍ୟୁ ଜାରି କରାଯିବ । ରାଜ୍ୟ ଅନ୍ୟ ମନ୍ଦିର ଗୁଡିକରେ କେବଳ ମନ୍ଦିର ଭିତରେ ନୀତିକାନ୍ତି ହୋଇପାରିବ । ତେବେ ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ବୋଲି ଏସଆରସି କହିଛନ୍ତି ।