ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ ଓ ସଟଡାଉନର ସୁପ୍ରଭାବ ଦେଖିବାକୁ ମିଳିଛି ।ମେ ଓ ଜୁନ୍ ମାସ ମଧ୍ୟରେ କରୋନା ଦୈନିକ ସଂକ୍ରମଣରେ ବେଶ୍ ଫରକ ଦେଖିବାକୁ ମିଳିଛି । ତେବେ ମେ ମାସରେ ସଂକ୍ରମିତଙ୍କ ସଂଖ୍ୟା 12 ହଜାର ଛୁଇଁଥିବା ବେଳେ ଏବେ ଏହା 6 ହଜାରକୁ ଖସି ଆସିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରୁ 6 ହଜାର 97 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 3 ହଜାର 446 ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ 2 ହଜାର 651 ରହିଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 37 ହଜାର 226କୁ ବୃଦ୍ଧି ପାଇଛି ।
ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ 1 ହଜାର 17 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଅନୁଗୋଳରୁ 295, ବାଲେଶ୍ବରରୁ 392, ବରଗଡରୁ 107, ଭଦ୍ରକରୁ 246, ବଲାଙ୍ଗୀରରୁ 77, ବୌଦ୍ଧରୁ 130, କଟକରୁ 647, ଦେବଗଡରୁ 28, ଢେଙ୍କାନାଳରୁ 73, ଗଜପତିରୁ 48, ଗଞ୍ଜାମରୁ 45, ଜଗତସିଂହପୁରରୁ 226, ଯାଜପୁରରୁ 434, ଝାରସୁଗୁଡାରୁ 42, କଳାହାଣ୍ଡିରୁ 77, କନ୍ଧମାଳରୁ 112, କେନ୍ଦ୍ରାପଡାରୁ 253, କେନ୍ଦୁଝରରୁ 123, କୋରାପୁଟରୁ 126, ମାଲକାନଗିରିରୁ 84, ମୟୂରଭଞ୍ଜରୁ 297, ନବରଙ୍ଗପୁରରୁ 146, ନୟାଗଡରୁ 120, ନୂଆପଡାରୁ 17, ପୁରୀରୁ 291, ରାୟଗଡାରୁ 120, ସମ୍ବଲପୁରରୁ 101, ସୋନପୁରରୁ 64, ସୁନ୍ଦରଗଡରୁ 208 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭଙ୍କ ସଂଖ୍ୟା 151 ରହିଛି । ତେବେ ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।