ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କଥା ବଦଳାଇଲେ ଯୋଗ ଗୁରୁ ବାବା ରାମଦେବ ।ଏଲୋପାଥି ଚିକିତ୍ସା ପଦ୍ଧତି ଉପରେ ବିବାଦୀୟ ମନ୍ତବ୍ୟ ଦେଇ ନେଇ କିଛି ଦିନ ବିବାଦ ଘେରରେ ଥିବା ବାବା ରାମଦେବ ଏବେ ନିଜ କଥାରେ ପରିବର୍ତ୍ତନ କରିଛନ୍ତି । କରୋନା ଟିକା ନନେବାର ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରି ସେ କରୋନା ଟିକା ନେବା କଥା କହିଛନ୍ତି । ବାବା ରାମଦେବ ନିଜେ ଟିକା ନେବାକୁ ଘୋଷଣା କରିବା ସହ ଅନ୍ୟ ଲୋକଙ୍କୁ ବି ନେବାକୁ ଅପିଲ୍ କରିଛନ୍ତି । ରାମଦେବ କହିଛନ୍ତି କି ଯୋଗ ଓ ଆୟୁର୍ବେଦ ସହ ଟିକା ବି ନେବା ଜରୁରୀ । ଏହାସହ ରାମଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଦେଶର ସବୁ ଲୋକଙ୍କୁ ମାଗଣାରେ ଭାକ୍ସିନ୍ ଦିଆଯିବାର ଘୋଷଣାକୁ ବି ପ୍ରଶଂସା କରିଛନ୍ତି ।
ତେବେ କିଛି ଦିନ ପୂର୍ବେ ନିଜ ଯୋଗ ଓ ଆୟୁର୍ବେଦକୁ ପ୍ରଂଶସା କରିବାକୁ ଯାଇ ବାବା ରାମ ଦେବ କରୋନା ଟିକା ନେବାକୁ ମନା କରିବା ସହ ଯୋଗ ଓ ଆୟୁର୍ବେଦ ଦ୍ୱାରା ସେ ଫିଟ୍ ଅଛନ୍ତି ବୋଲି କହିଥିଲେ । ଓ ଟିକା ନେଇ ମଧ୍ୟ ଡାକ୍ତରମାନଙ୍କ କାହିଁକି ମୃତ୍ୟୁ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ । ସେ ଏହି ପାଇଁ ଏଲୋପ୍ୟାଥିକୁ ଚିକିତ୍ସା ପଦ୍ଧତିକୁ ଦାୟୀ କରିଥିଲେ । ଏହି ଉକ୍ତିକୁ ନେଇ ସେ ବିବାଦ ଘେରରେ ଫସି ଯାଇଥିଲେ । ଏହାର ସଫେଇ ଦେବାକୁ ଯାଇ ବାବା ରାମ ଦେବ କହିଥିଲେ ଯେ, ଆମ ଲଢେଇ ଡାକ୍ତରମାନଙ୍କ ସହ ନୁହେଁ, ଆମେ ଡାକ୍ତରମାନଙ୍କୁ ବିରୋଧ କରୁନାହୁଁ । ଆମ ଲଢେଇ ସେହି ବଡ ବଡ ଅନୁଷ୍ଠାନ ବିରୋଧରେ ଯେଉଁମାନେ ନିଜ ଲାଭ ପାଇଁ ସାଧାରଣ ଲୋକଙ୍କୁ ହଇରାଣ କରିଥାନ୍ତି । ତେବେ ବର୍ତ୍ତମାନ ସେ କରୋନା ଟିକା ନେବା କଥା ବେଶ୍ ଚର୍ଚ୍ଚା ହେଉଛି ।