ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଖୁବ୍ ଶୀଘ୍ର ଏମ୍ସରେ କାର୍ଯ୍ୟକାରୀ ହେବାକୁ ଯାଉଛି ECMO ମେସିନ୍ ।2ଟି ECMO ମେସିନ୍ କ୍ରୟ କରିବା ପାଇଁ ଅର୍ଡର ଦିଆଯାଇଛି । ଖୁବଶୀଘ୍ର ଏହାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରଥମ ECMO ମେସିନ୍ ଚଳିତ ମାସ ଶେଷ ସୁଦ୍ଧା ବିତରଣ ଏବଂ ସଂସ୍ଥାପିତ ହେବ ବୋଲି ସୂଚନା ମିଳିଛି । ଯାହାକି ଯୋଗାଣକାରୀ ସଂସ୍ଥା ଦ୍ବାରା ନିଶ୍ଚିତ ହୋଇଛି । ଏହି ଏକମୋ ମେସିନ୍ ଗୁଡିକ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା କରିବା ଏବଂ ବିଭିନ୍ନ ଆଇସିୟୁ ଗୁଡ଼ିକର ଅନ୍ୟାନ୍ୟ ଜଟିଳ ମାମଲା ପାଇଁ ଉଦ୍ଧିଷ୍ଟ । ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି । ତେବେ ଏନେଇ ଏମ୍ସ ନିରୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।