ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩୯୭ ଜଣ ସଂଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ ୨୬୨୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ତେବେ ରାଜ୍ୟର ୨୦ ଜିଲ୍ଲାରେ ୧୦୦ ଉପରେ ସଂକ୍ରମଣ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ର ସ୍ଥାନ ଦ୍ଵିତୀୟରେ ରହିଛି ।ଖୋର୍ଦ୍ଧା ଜିଲ୍ଲାରୁ ୭୯୬ଜଣ ଓ କଟକ ଜିଲ୍ଲାରୁ ୫୩୧ଜଣ ସଂକ୍ରମିତ ରହିଛନ୍ତି । ତେବେ ଅନୁଗୁଳ ଜିଲ୍ଲାରୁ ୩୩୫ଜଣ, ବାଲେଶ୍ୱର ଜିଲ୍ଲାରୁ ୨୮୬ଜଣ, ବରଗଡ଼ ଜିଲ୍ଲାରୁ ୧୨୨ଜଣ, ଭଦ୍ରକ ଜିଲ୍ଲାରୁ ୨୬୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୬ଜଣ, ବୌଦ୍ଧ ଜିଲ୍ଲାରୁ ୭୯ଜଣ, ଦେଓଗଡ଼ ଜିଲ୍ଲାରୁ ୨୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୯୧ଜଣ, ଗଜପତି ଜିଲ୍ଲାରୁ ୩୪ଜଣ, ଗଞ୍ଜାମ ଜିଲ୍ଲାରୁ ୭୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୯୬ଜଣ, ଯାଜପୁର ଜିଲ୍ଲାରୁ ୪୦୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧ଜଣ, କଳାହାଣ୍ଡି ଜିଲ୍ଲାରୁ ୭୦ଜଣ, କନ୍ଧମାଳ ଜିଲ୍ଲାରୁ ୭୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୧୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୦ଜଣ, କୋରାପୁଟ ଜିଲ୍ଲାରୁ ୧୪୨ଜଣ, ମାଲକାନଗିରି ଜିଲ୍ଲାରୁ ୮୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୩୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୧ଜଣ, ନୟାଗଡ଼ ଜିଲ୍ଲାରୁ ୧୯୧ଜଣ, ନୂଆପଡ଼ା ଜିଲ୍ଲାରୁ ୨୩ଜଣ, ପୁରୀ ଜିଲ୍ଲାରୁ ୩୨୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୮ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୧ଜଣ, ସୋନପୁର ଜିଲ୍ଲାରୁ ୬୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୮୩ଜଣ, ଷ୍ଟେଟ୍ ପୁଲ୍ରୁ ୧୫୭ଜଣ ରହିଛନ୍ତି ।